ଅସ୍ତିତ୍ୱ ବ୍ୟକ୍ତ ଯେପରିକି ଆମ ଶରୀର ଏବଂ ଅବ୍ୟକ୍ତ ଅର୍ଥାତ୍ ଆତ୍ମା(ସ୍ୱ)ର ସମନ୍ୱୟ ଅଟେ । ଆମେ ଅସ୍ତିତ୍ୱକୁ ବ୍ୟକ୍ତ ମାଧ୍ୟମରେ କିମ୍ବା ଅବ୍ୟକ୍ତ ମାଧ୍ୟମରେ ଅନୁଭବ କରୁ । ଆମେ ବ୍ୟକ୍ତ ସହିତ ପରିଚିତ ଯେଉଁଠାରେ ଆମେ ଲୋକ, ପରିସ୍ଥିତି ଏବଂ ଜିନିଷ ମଧ୍ୟରେ ପାର୍ଥକ୍ୟ କରୁ କାରଣ ଆମର ଇନ୍ଦ୍ରିୟଗୁଡିକ କେବଳ ବ୍ୟକ୍ତକୁ ଅନୁଭବ କରିବାରେ ସକ୍ଷମ । ବ୍ୟକ୍ତ ପଛରେ ଥିବା ଅବ୍ୟକ୍ତକୁ ଆମେ କ୍ୱଚିତ୍ ଚିହ୍ନିପାରୁ କାରଣ ଏଥିପାଇଁ ଇନ୍ଦ୍ରିୟଗୁଡିକୁ ଅତିକ୍ରମ କରିବାକୁ ଆବଶ୍ୟକତା ହୁଏ ।
ଉଦାହରଣ ସ୍ୱରୂପ, ଯେତେବେଳେ ଆମେ ଜଣେ ବ୍ୟକ୍ତିଙ୍କୁ ଦେଖୁ, ପ୍ରଥମ କଥା ଆମେ ଦେଖୁ ସେ ପୁରୁଷ କିମ୍ବା ମହିଳା । ତା’ ପରେ ଆମେ ଦେଖୁ ସେ କିପରି ପୋଷାକ ପିନ୍ଧିଛନ୍ତି, କେତେ ଭଲ ଆଚରଣ କରନ୍ତି ଏବଂ ସେ କେତେ ପ୍ରଭାବଶାଳୀ କିମ୍ବା ଧନୀ ଅଟେ । ତା’ପରେ, ଆମେ ସେମାନଙ୍କ ସହିତ ଜଡିତ ଭଲ ଏବଂ ଖରାପ ସ୍ମୁତିଗୁଡିକୁ ମନେ ପକାଉ । ଆମର ଆଚରଣ ଏହି ନିର୍ଣ୍ଣୟ ଉପରେ ନିର୍ଭର କରେ ଯାହା ଆମେ ଏହି ବିଭାଜନର ଆଧାର ଉପରେ କରନ୍ତି ।
ଏହି ସମ୍ପର୍କରେ ଶ୍ରୀକୃଷ୍ଣ କହିଛନ୍ତି ଯେ “ସର୍ବବ୍ୟପୀ ଅନନ୍ତ ଚେତନାରେ ଅର୍ଥାତ୍ ପରବ୍ରହ୍ମ ପରମାତ୍ମାରେ ଏକୀଭାବରେ ସ୍ଥିତିରୂପକ ଯୋଗରେ ଯୁକ୍ତ ଆତ୍ମାବାନ୍ ତଥା ସର୍ବତ୍ର ସମଭାବ ଦର୍ଶନ କରୁଥିବା ଯୋଗୀ ଆତ୍ମାକୁ ସକଳ ଭୂତରେ ଥିବା ଓ ସକଳ ଭୂତଙ୍କୁ ଆତ୍ମାରେ କଳ୍ପିତ ହୋଇଥିବା ଦେଖନ୍ତି” (6.29) । ପାଞ୍ଚ ଇନ୍ଦ୍ରିୟଗୁଡିକୁ ଅତିକ୍ରମ କରିବାର ଏହା ହେଉଛି ଉପାୟ । ଏହାକୁ ରୂପାୟନ ଭାବରେ ଦେଖିଲେ, ଏହା ଏକ କୂଅ ଖୋଳିବା ପରି, ଯେଉଁଠାରେ ଇନ୍ଦ୍ରିୟମାନେ ବାଲି, ପଥର ଏବଂ କଙ୍କଣ ଦେଖନ୍ତି ଯଦିଓ ଖୋଳିବା ଆରମ୍ଭରେ ଜଳ ନଥାଏ, ତଥାପି ଜଳ ସର୍ବଦା ଦେଖାଯାଏ ।
ଏହି ଶ୍ଳୋକ ବ୍ୟକ୍ତକୁ ଦେଖିବାର ଅଭ୍ୟାସକୁ ବଦଳାଇ ଅବ୍ୟକ୍ତକୁ ଅନୁଭବ କରିବା ଆଡ଼କୁ ସଙ୍କେତ କରୁଛି । ଏହା ହେଉଛି ହୃଦୟଙ୍ଗମ ଯେ ପ୍ରତ୍ୟେକ ବ୍ୟକ୍ତି ବା ଜିନିଷ (ବ୍ୟକ୍ତ) ପଛରେ ସେହି ଅବ୍ୟକ୍ତ ବିଦ୍ୟମାନ ଅଛି ଯେଉଁଠାରେ ଶ୍ରୀକୃଷ୍ଣ ସବୁସ୍ଥାନରେ ଏକ ସମାନ ଦେଖିବା ବୋଲି କହିଥିଲେ । ଏହା ଏକ ଗଛର ଦୁଇଟି ଫଳ ପରସ୍ପର ଲଢିବା ପରି ଯିଏ ଏହା ଅନୁଭବ କରନ୍ତି ଯେ ସମାନ କାଣ୍ଡ ସେମାନଙ୍କୁ ଖାଇବାକୁ ଦିଏ ଏବଂ ସେଗୁଡିକ ଏକ ବଡ଼ ଗଛର ଅଂଶ । ତା’ପରେ ସବୁକିଛି ଅବ୍ୟକ୍ତର ମହାନ୍ ମଞ୍ଚରେ ଖେଳାଯାଇଥିବା ଡ୍ରାମା ହୋଇଯାଏ ।
ନିଶ୍ଚିତ ଭାବରେ, ଯେମିତି ଶ୍ରୀକୃଷ୍ଣଙ୍କ ଦ୍ୱାରା ପୂର୍ବରୁ ସୂଚିତ କରାଯାଇଛି, ସମସ୍ତ ପ୍ରାଣୀମାନଙ୍କ ଠାରେ ନିଜକୁ ଏବଂ ସମସ୍ତ ପ୍ରାଣୀମାନଙ୍କୁ ନିଜଠାରେ ଦେଖିବା ପାଇଁ ଦୃଢ଼ ସଂକଳ୍ପର ସହିତ ନିରନ୍ତର ଅଭ୍ୟାସର ଆବଶ୍ୟକତା ଅଛି ।
https://samajaepaper.in/imageview_70_291120252142942_4_83_30-11-2025_6_i_1_sf.html
