Gita Acharan |Odia

ସମତ୍ୱ ପ୍ରତ୍ୟେକ ଜ୍ଞାନୀଜନଙ୍କ ଉପଦେଶର ସାର ଅଟେ, ଯିଏ କେବେ ଏହି ପୃଥିବୀ ପୃଷ୍ଠକୁ ଆସିଥିଲେ । ତାଙ୍କର ଶବ୍ଦ, ଭାଷା ଏବଂ ପଦ୍ଧତି ଭିନ୍ନ ହୋଇପାରେ କିନ୍ତୁ ସନ୍ଦେଶ ସମତ୍ୱ ହାସଲ କରିବା ପାଇଁ ଅଟେ । ଏହା ବିପରୀତରେ ଯେକୌଣସି ଉପଦେଶ ବା ଅଭ୍ୟାସ ଠିକ୍‌ ନୁହେଁ । 

ମନ ପ୍ରସଙ୍ଗରେ, ଏହା ଗୋଟିଏ ପଟେ ଇନ୍ଦ୍ରିୟ ଏବଂ ଅନ୍ୟ ପଟେ ବୁଦ୍ଧି ମଧ୍ୟରେ ସନ୍ତୁଳନ ଅଟେ । ଯଦି କେହି ଇନ୍ଦ୍ରିୟ ଆଡ଼କୁ ଯାଏ, ତେବେ ସେ ସମ୍ପୂର୍ଣ୍ଣ ବାସନାର ଇଚ୍ଛାରେ ବୁଡିଯାଏ । ଯେତେବେଳେ ବୁଦ୍ଧି ପ୍ରାଧାନ୍ୟ ବିସ୍ତାର କରେ, ଜଣେ ବ୍ୟକ୍ତିସଚେତନତା ପ୍ରାପ୍ତ କରେ, କିନ୍ତୁ ଯେବେ କରୁଣାର ଅଭାବ ହୁଏ ସେ ଅନ୍ୟକୁ ନିମ୍ନ ଦୃଷ୍ଟିରେ ଦେଖେ । ତେଣୁ ଶ୍ରୀକୃଷ୍ଣ କହିଛନ୍ତି ଯେ ସର୍ବୋତ୍ତମ ଯୋଗୀ ହେଉଛି ସେ ଯିଏ ଦୁଃଖ କିମ୍ବା ସୁଖରେ ଅନ୍ୟମାନଙ୍କ ପାଇଁ ସମାନ ଅନୁଭବ କରେ ଯେମିତି ସେ ନିଜ ପାଇଁ କରେ (6.32) । ଏହା ସଚେତନତା ଏବଂ କରୁଣାର ଏକ ସମନ୍ୱୟ ।

ଶ୍ରୀକୃଷ୍ଣ ଆମକୁ ସୁନା ଓ ପଥର ଭଳି ଜିନିଷକୁ ଏକ ସମାନ ମାନିବାକୁ କୁହନ୍ତି । ଗୋଟିଏ ଗାଇ, ହାତୀ ଏବଂ କୁକୁରକୁ ମଧ୍ୟ ସମାନ ମାନିବାକୁ କୁହନ୍ତି । ପରେ ସେ ଆମକୁ ବନ୍ଧୁ ଏବଂ ଶତ୍ରୁ ସମେତ ସମସ୍ତ ଲୋକଙ୍କୁ ସମାନ ବ୍ୟବହାର କରିବାକୁ କୁହନ୍ତି । ଏହାକୁ ବୁଝିବା ପାଇଁ ଏକ ଉପାୟ ହେଉଛି ଯେ ଲୋକଙ୍କ ସହିତ ବ୍ୟବହାର କରିବାର ତିନୋଟି ଭିନ୍ନ ସ୍ତର ଅଛି । ପ୍ରଥମଟି ଆଇନ ସମକ୍ଷ ସମାନତା ସଦୃଶ ଅଟେ ଯେଉଁଠାରେ ଦୁଇ ଜଣଙ୍କରଅଧିକାର ଅଛି ଯେ ତାଙ୍କ ସହିତ ସମାନ ବ୍ୟବହାର କରାଯାଏ । ଦ୍ୱିତୀୟଟି ହେଉଛି ଦୁଇ ଜଣ ବ୍ୟକ୍ତିଙ୍କ କିମ୍ବା ଗୁଣକୁ ସମାନ ବ୍ୟବହାର କରିବା ଯେଉଁଠାରେ ଗୋଟିଏ ଆମ ହୃଦୟର ନିକଟତର ହୋଇଥିବାବେଳେ ଅନ୍ୟଟି ନୁହେଁ । ଏହା ହେଉଛି ମାତା-ପିତା ଏବଂ ଶାଶୁ-ଶ୍ୱଶୁରଙ୍କୁ ସମାନ ମାନିବା । ତୃତୀୟ ସ୍ତର ହେଉଛି ନିଜକୁ ଅନ୍ୟମାନଙ୍କ ସହିତ ସମାନ କରିବା । ସେମାନଙ୍କର ଦୁଃଖ ଆମର ଏବଂ ଆମର ଆନନ୍ଦ (ସୁଖ) ସେମାନଙ୍କର ଅଟେ । ଏହା ସମତ୍ୱରୁ ପ୍ରବାହିତ ହେଉଥିବା ଶୁଦ୍ଧ କରୁଣା ଅଟେ । ଶ୍ରୀକୃଷ୍ଣ ଏହାକୁ ‘ପରମାନନ୍ଦ’ କୁହନ୍ତି, ଯାହା ସେତେବେଳେ ପ୍ରାପ୍ତ ହୁଏ ଯେବେ ମନ ପୂର୍ଣ୍ଣ ରୂପରେ ଶାନ୍ତ ଥାଏ ଏବଂ ଆବେଗ ବଶରେ ଥାଏ । (6.27) ।

ଏହାକୁ ପ୍ରାପ୍ତ କରିବା ପାଇଁ ଶ୍ରୀକୃଷ୍ଣ ଦୃଢ ସଂକଳ୍ପ ସହିତ ନିୟମିତ ଅଭ୍ୟାସର ଉପଦେଶ ଦିଅନ୍ତି (6.23) । ଚଞ୍ଚଳ ଏବଂ ଅସ୍ଥିର ମନ ଭ୍ରାନ୍ତ ହୁଏ ତେବେ ମଧ୍ୟ ଆମକୁ ତାକୁ ବଶୀଭୂତ କରିବାକୁ ପଡିବ (6.26) । ସେ ଏହି ନିୟମିତ ଅଭ୍ୟାସ ଦ୍ୱାରା ଶାଶ୍ୱତ ଆନନ୍ଦର ଆଶ୍ୱସନା ଦେଉଛନ୍ତି (6.28)।

 

https://samajaepaper.in/imageview_70_22112025202925418_4_83_23-11-2025_6_i_1_sf.html


Contact Us

Loading
Your message has been sent. Thank you!