ଶ୍ରୀକୃଷ୍ଣ କୁହନ୍ତି ଯେ, “ଯେଉଁ ପରମାନନ୍ଦପ୍ରାପ୍ତି ସକଳ ପ୍ରାଣୀଙ୍କ ନିମନ୍ତେ ରାତ୍ରି ସମାନ, ସେହି ନିତ୍ୟ
ଜ୍ଞାନସ୍ୱରୂପ ପରମାନନ୍ଦ-ପ୍ରାପ୍ତିରେ ସ୍ଥିତପ୍ରଜ୍ଞ ଯୋଗୀ ଜାଗ୍ରତ ରହନ୍ତି ଏବଂ ଯେଉଁ ନାଶବାନ ସାଂସାରିକ ସୁଖ ଲାଭରେ ସକଳ
ପ୍ରାଣୀ ଜାଗ୍ରତ ରହନ୍ତି, ପରମାତ୍ମା ତତ୍ତ୍ୱ ଜାଣିଥିବା ମୁନିଙ୍କ ନିମନ୍ତେ ତାହା ରାତ୍ରି ସମାନ ଅଟେ” (2.69) । ଏହି ଶ୍ଳୋକ
ସାଙ୍କେତିକ ଭାବରେ; ଶାରୀରିକ ଭାବରେ ଜାଗ୍ରତ କିନ୍ତୁ ଆଧ୍ୟାତ୍ମିକ ଭାବରେ ଶୋଇଥାଏ ଏବଂ ଏହାର ବିପରୀତ ବିଚାରକୁ ପ୍ରସ୍ତୁତ
କରେ । ଏହା ବ୍ୟତୀତ ଏହା ଏକ ଆକ୍ଷରିକ ବ୍ୟାଖ୍ୟା ମଧ୍ୟ ପ୍ରଦାନ କରେ ।
ବଞ୍ଚିବାର ଦୁଇଟି ସମ୍ଭାବନା ଅଛି । ଗୋଟିଏ, ଯେଉଁଠାରେ ଆମେ ଆମର ଭୋଗ ପାଇଁ ଇନ୍ଦ୍ରିୟ ଉପରେ ନିର୍ଭରଶୀଳ ଏବଂ
ଅନ୍ୟଟି ହେଉଛି ଯେଉଁଠାରେ ଆମେ ଇନ୍ଦ୍ରିୟମାନଙ୍କଠାରୁ ସ୍ୱାଧୀନ ଏବଂ ସେମାନେ ଆମର ନିୟନ୍ତ୍ରଣରେ ଅଛନ୍ତି । ପ୍ରଥମ
ବର୍ଗର ଲୋକଙ୍କ ପାଇଁ, ଦ୍ୱିତୀୟ ଜୀବନଶୈଳୀ ଏକ ଅଜ୍ଞାତ ଦୁନିଆ ହେବ ଏବଂ ରାତି ଏହି ଅଜ୍ଞତା ପାଇଁ ଏକ ରୂପାୟନ ।
ଦ୍ୱିତୀୟତଃ, ଯେତେବେଳେ ଆମେ ଗୋଟିଏ ଇନ୍ଦ୍ରିୟ ବ୍ୟବହାର କରୁ, ଆମର ଧ୍ୟାନ ଅନ୍ୟତ୍ର ଥାଏ ଯାହାର ଅର୍ଥ ଏହା
ଯାନ୍ତ୍ରିକ ଭାବରେ ବ୍ୟବହୃତ ହୁଏ କିନ୍ତୁ ସଚେତନତା ସହିତ ନୁହେଁ । ଉଦାହରଣ ସ୍ୱରୂପ, ଖାଦ୍ୟ ଖାଇବାବେଳେ, ଆମର ଧ୍ୟାନ
ପ୍ରାୟତ ଖାଇବା ଉପରେ ନଥାଏ ଏହା ଫୋନ୍ ବାର୍ତ୍ତାଳାପ, ଖବରକାଗଜ କିମ୍ବା ଟି.ଭି. ହୋଇପାରେ କାରଣ ଆମେ ଏକ ସମୟରେ
ଏକାଧିକ କାର୍ଯ୍ୟ କରିବାରେ ବିଶ୍ୱାସ କରୁ । ସେଥିପାଇଁ କୁହାଯାଏ ଯେ ଆଧ୍ୟାତ୍ମିକତା ସେତିକି ସରଳ ଯେତେ କି ଖାଇବା ସମୟରେ
ଖାଅ, ପ୍ରାର୍ଥନା କଲାବେଳେ ପ୍ରାର୍ଥନା କର । ଏହି ଶ୍ଳୋକଟି ସୂଚାଇଥାଏ ଯେ ବର୍ତ୍ତମାନର ମୁହୂର୍ତ୍ତରେ ବାସ କରୁଥିବା ବ୍ୟକ୍ତିଙ୍କ
ପାଇଁ ଏହା ଦିନ, ଅନ୍ୟଥା ରାତ୍ରି ।
ତୃତୀୟ ବ୍ୟାଖ୍ୟା ଆକ୍ଷରିକ ଅଟେ । ଯେତେବେଳେ ଆମେ ଶୋଇଥାଉ, ଆମର ଏକ ଅଂଶ ସର୍ବଦା ଜାଗ୍ରତ ଥାଏ ଯେପରି
ଶୋଇଥିବା ମା’ର ଏକ ଅଂଶ ତାଙ୍କ ପାଖରେ ଶୋଇଥିବା ଶିଶୁ ପାଇଁ ସର୍ବଦା ଜାଗ୍ରତ ଥାଏ; ଅନେକ ଲୋକ ଯେପରି ଶୋଇବା ଘରେ
ଶୋଇଥା’ନ୍ତି ଏବଂ ଜଣଙ୍କର ନାମ ଡାକିବା ମାତ୍ରେ ସେ ଉଠେ । ଏହାର ଅର୍ଥ ହେଉଛି ଯେ ଆମ ସମସ୍ତଙ୍କୁ ଏକ ଅଂଶକୁ ସବୁବେଳେ
ଜାଗ୍ରତ ରଖିବାର କ୍ଷମତା ସମାନ ଭାବରେ ପ୍ରଦାନ କରାଯାଇଛି ।
ଏହି ଶ୍ଳୋକଟି ସୂଚାଇଥାଏ ଯେ ଆମର ସେହି ଅଂଶକୁ ବୃଦ୍ଧି କରିବା ଉଚିତ ଯାହା ଆମର ସମସ୍ତ କାର୍ଯ୍ୟ ବିଷୟରେ ସଚେତନ
ଅଛି, ଏପରିକି ଜଣେ ନିଜର ନିଦ ମଧ୍ୟ ଦେଖିପାରିବ ।
https://samajaepaper.in/imageview_56_149202421550367_4_83_15-09-2024_7_i_1_sf.html