ଦୁଷ୍ଟ ଚକ୍ର ଏବଂ ଗୁଣାତ୍ମକ ଚକ୍ର ହେଉଛି ଘଟଣାଗୁଡ଼ିକର ଏକ କ୍ରମ ଯେଉଁଠାରେ ଗୋଟିଏ ଘଟଣା ଅନ୍ୟକୁ ନେଇଥାଏ ଏବଂ
ଯଥାକ୍ରମେ ବିପର୍ଯ୍ୟୟ କିମ୍ବା ସୁଖରେ ପରିଣତ ହୁଏ । ଏହାକୁ ସେହି ଉପାୟରେ ବୁଝିବା ଆବଶ୍ୟକ, ଯଦି ଖର୍ଚ୍ଚ ଆୟଠାରୁ ଅଧିକ
ତେବେ ବ୍ୟକ୍ତି ଉଧାର କରେ, ତେବେ ଏହା ଏକ ଦୁଷ୍ଟ ଚକ୍ର ଅଟେ । ଯଦି ଖର୍ଚ୍ଚ ଆୟଠାରୁ କମ୍, ଫଳସ୍ୱରୂପ ସଞ୍ଚୟ ଏବଂ ଧନ
ସଂଗ୍ରହ ହୁଏ, ଏହା ଏକ ଗୁଣାତ୍ମକ ଚକ୍ର । ଶ୍ରୀକୃଷ୍ଣ ଏହି ଚକ୍ରଗୁଡିକର ଉଲ୍ଲେଖ 2.62ରୁ 2.64ଶ୍ଳୋକରେକରିଛନ୍ତି ।
ଶ୍ରୀକୃଷ୍ଣ କୁହନ୍ତି ଯେ, “ବିଷୟ ଚିନ୍ତନ କରୁଥିବା ପୁରୁଷର ସେହି ବିଷୟମାନଙ୍କରେ ଆସକ୍ତି ହୋଇଯାଏ; ଆସକ୍ତିରୁ ସେହି
ବିଷୟମାନଙ୍କ ପ୍ରତି କାମନା ଉତ୍ପନ୍ନ ହୋଇଯାଏ ଏବଂ କାମନାରେ ବାଧା ଉପୁଜିଲେ କ୍ରୋଧ ଜାତ ହୋଇଯାଏ । କ୍ରୋଧରୁ ଅତ୍ୟନ୍ତ
ମୃଢଭାବ ଉତ୍ପନ୍ନ ହୋଇଯାଏ; ମୁଢ଼ଭାବରୁ ସ୍ମୃତିଭ୍ରମ ହୋଇଯାଏ; ସ୍ମୃତି ବିଭ୍ରମ ହେବାରୁ ବୁଦ୍ଧି ଅର୍ଥାତ୍ ଜ୍ଞାନଶକ୍ତି ନାଶ
ହୋଇଯାଏ ଏବଂ ବୁଦ୍ଧି ନାଶ ହେବାରୁ ସେହି ପୁରୁଷ ନିଜର ସ୍ଥିତିରୁ ତଳକୁ ଖସିପଡେ” (2.62- 2.63) । ଏହା ହେଉଛି ପତନର ଏକ ଦୁଷ୍ଟ
ଚକ୍ର ।
ଅନ୍ୟପକ୍ଷରେ ଶ୍ରୀକୃଷ୍ଣ କୁହନ୍ତି ଯେ, “କିନ୍ତୁ ଅନ୍ତଃକରଣକୁ ନିଜର ଅଧୀନ କରିଥିବା ସାଧକ ନିଜ ବଶରେ ରଖିଥିବା
ରାଗଦ୍ୱେଷରହିତ ଇନ୍ଦ୍ରିୟମାନଙ୍କ ଦ୍ୱାରା ବିଷୟମାନଙ୍କରେ ବିଚରଣ କରି ମଧ୍ୟ ଅନ୍ତଃକରଣର ପ୍ରସନ୍ନତା ଲାଭ କରନ୍ତି”
(2.64) । ଏହା ଶାନ୍ତି ଏବଂ ଆନନ୍ଦର ଏକ ଗୁଣାତ୍ମକ ଚକ୍ର ବ୍ୟତୀତ ଆଉ କିଛି ନାହିଁ ।
ଆମେ ସମସ୍ତେ ଆମର ଦୈନନ୍ଦିନ ଜୀବନରେ ଇନ୍ଦ୍ରିୟ ବିଷୟଗୁଡ଼ିକ ମଧ୍ୟରେ ଗତି କରୁ । ଆମେ ଏହି ଇନ୍ଦ୍ରିୟ ବିଷୟଗୁଡ଼ିକ
ସହିତ କିପରି ବ୍ୟବହାର କରୁ ତାହା ଆମର ଯାତ୍ରାର ଦିଗ ନିର୍ଣ୍ଣୟ କରେ ।
ଗୁଣାତ୍ମକ ଚକ୍ର କ୍ଷେତ୍ରରେ, ବ୍ୟକ୍ତି ଇନ୍ଦ୍ରିୟ ବିଷୟମାନଙ୍କ ପ୍ରତି ରାଗ ଏବଂ ଦ୍ୱେଷରୁ ମୁକ୍ତ ହୋଇଯାଏ,
ଯେତେବେଳେ କି ଏକ ଦୁଷ୍ଟ ଚକ୍ରରେ ରାଗ କିମ୍ବା ଦ୍ୱେଷ ପ୍ରତି ସଂଲଗ୍ନତା ବିକାଶ କରେ । ଦ୍ୱେଷକୁ ଛାଡି ଏହି ଯାତ୍ରା ଆରମ୍ଭ
କରିବା ସହଜ, ଏହା ହୃଦୟଙ୍ଗମ କରି ଯେ ଦ୍ୱେଷ ଏକ ପ୍ରକାରର ବିଷ ଯାହାକି ପରିଶେଷରେ ଆମକୁ କ୍ଷତି ପହଞ୍ଚାଇବ ।
ଯେତେବେଳେ ଘୃଣାର ପରିତ୍ୟାଗ ହୁଏ, ଏହାର ବିପରୀତ ରାଗ ମଧ୍ୟ ଛାଡ଼ିଥାଏ । ଏହା ଏକ ବିନା ସର୍ତ୍ତମୂଳକ ପ୍ରେମ ଯେପରିକି ଏକ
ଫୁଲ ସୌନ୍ଦର୍ଯ୍ୟ ଏବଂ ସୁଗନ୍ଧ ବିସ୍ତାର କରୁଥାଏ ।
ରାଗ ଏବଂ ଘୃଣାର ଅନୁପସ୍ଥିତି ଗୀତାରେ ଏକ ମୂଳ ଉପଦେଶ ଅଟେ ଏବଂ ଶ୍ରୀକୃଷ୍ଣ ଆମକୁ ସମସ୍ତ ପ୍ରାଣୀରେ ନିଜକୁ, ନିଜ
ଭିତରେ ସମସ୍ତ ପ୍ରାଣୀମାନଙ୍କୁ ଦେଖିବା ଏବଂ ଶେଷରେ ଶ୍ରୀକୃଷ୍ଣଙ୍କୁ ସର୍ବତ୍ର ଦେଖିବା ପାଇଁ ପରାମର୍ଶ ଦିଅନ୍ତି (6.29) । ଏହି
ଏକତା ଆମକୁ ଘୃଣାକୁ ଛାଡିବାରେ ସାହାଯ୍ୟ କରିବ ଏବଂ ଆମକୁ ଆନନ୍ଦିତ କରିବ ।
https://samajaepaper.in/imageview_51_178202421533314_4_83_18-08-2024_7_i_1_sf.html